ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ସାଇବର ଠକେଇ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, ‘ସାଇବର ହେଲ୍ପ ଡେସ୍କକୁ ମାସେ ପୁରିଛି, ମାସେ ଭିତରେ ୧୨୦୭ ଫ୍ରଡ କଲ ଆସିଛି । ରାଜ୍ୟରେ ମୋଟ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି । ଭୁବନେଶ୍ୱରରେ ୩୬୮ଟି ଫ୍ରଡ କଲ ଦ୍ୱାରା ଅଧ କୋଟି ଟଙ୍କା ଲୁଟ୍ ହୋଇଛି । ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି । ବ୍ଲକ ହୋଇ ରହିଥିବା ଟଙ୍କା ମଧ୍ୟରୁ କିଛି ଜଣଙ୍କୁ ଫେରାଯାଇଛି । ଫ୍ରଡ କଲ ଆସୁଥିବା ୨୩୯ଟି ସିମକୁ ବ୍ଲକ କରାଯାଇଛି ।’ ସମସ୍ତ ଠକେଇ କଲ ଓଡିଶା ବାହାରୁ ଆସୁଥିବା କହିଛନ୍ତି ପୋଲିସ କମିଶନର କହିଛନ୍ତି ସୁଧାଂଶୁ ଷଡଙ୍ଗୀ ।
Prev Post