fbpx

ରୋଗୀଙ୍କ ପାଇଁ ଖୁସି ଖବର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲରୁ ହଟିଲା କରୋନା କଟକଣା

ନୂଆଦିଲ୍ଲୀ, ୧୩ା୨: ଉତ୍ତରପ୍ରଦେଶର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲରୁ କରୋନା କଟକଣା ହଟାଇ ଦିଆଯାଇଛି । ଏହି ମେଡିକାଲଗୁଡ଼ିକରେ ରୋଗୀମାନେ ପୂର୍ବ ସୁବିଧା ପାଇପାରିବେ । କରୋନା ସଂକ୍ରମଣର କ୍ରମାଗତ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ତେବେ ରୋଗୀମାନେ ଡାକ୍ତରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଦିନ ହିଁ ମେଡିକାଲରେ ପହଞ୍ଚିବାକୁ ପଡ଼ିବ । ରୋଗୀମାନେ ଯେ କୌଣସି ସମୟରେ ଡାକ୍ତରଙ୍କୁ ଦେଖା କରିପାରିବେ । ଏଣିକି ସମସ୍ତ ମେଡିକାଲରେ ଓପିଡି ଓ ଆଇପିଡି ସେବା ଉପଲବ୍ଧ ହେବ । ପୂର୍ବ ପରି ରୋଗୀଙ୍କୁ ସ୍କ୍ରିନିଂ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ତେବେ ଏହି ସମୟରେ କରୋନା ରୋଗୀଙ୍କ ପାଇଁ ଏକ ପୃଥକ୍ ୱାର୍ଡ ପ୍ରସ୍ତୁତ କରାଯିବ । ଉତ୍ତରପ୍ରଦେଶର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ହଜାର ହଜାର ରୋଗୀ ଉପକୃତ ହୋଇପାରିବେ । ଏନେଇ ବିଭାଗୀୟ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସବିଶେଷ ସୂଚନା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.