fbpx

କ୍ୟାନସରଠାରୁ ଭୟଙ୍କର ହେଲାଣି ଅନଲାଇନ୍ ଠକେଇ, ଏଥିରୁ ବର୍ତ୍ତିବେ କିପରି

ଯୁଗ ବଦଳିବା ସହିତ ଅପରାଧୀଙ୍କର ଅପରାଧର ଷ୍ଟାଇଲ୍ ମଧ୍ୟ ବଦଳିବାରେ ଲାଗିଛି । ବର୍ତ୍ତମାନର ଡିଜିଟାଲ ସମୟରେ ଏକ ନୂଆ ଧରଣର ଅପରାଧୀଙ୍କର ଆବିର୍ଭାବ ହୋଇଛି । ଅପରାଧୀମାନେ ଘରେ ବସି କେଇ ସେକେଣ୍ଡ ମଧ୍ୟରେ ଜଣକର ଆକାଉଣ୍ଟ ଖାଲି କରି କାଙ୍ଗାଳ କରିଦେଉଛନ୍ତି । ପୋଲିସ ସେ ଅପରାଧୀଙ୍କ ନିକଟରେ ପହଞ୍ଚିବା ତ ଦୂରର କଥା, ସେମାନଙ୍କର ୧ ପ୍ରତିଶତ ମଧ୍ୟ କ୍ଷତି କରିପାରୁନାହିଁ । ସାଂପ୍ରତିକ ସମୟରେ ସାଇବର ଠକେଇ ଆମ ସମାଜ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଆସନ୍ତୁ ଜାଣିବା ଅନଲାଇନ ଠକେଇରୁ ରକ୍ଷା ପାଇବା ପାଇଁ କି କି ପଦକ୍ଷେପ ନେବା ଉଚିତ ।

– ଆପଣଙ୍କର ବ୍ୟାଙ୍କ ସମ୍ପର୍କୀତ ତଥ୍ୟ ଯେପରିକି, ଏଟିଏମ ନମ୍ବର, ଆକାଉଣ୍ଟ ନମ୍ବର, ସିଭିଭି, କ୍ରେଡିଟ କାର୍ଡ ନମ୍ବର, ଓଟିପି କାହାକୁ ଦିଅନ୍ତୁ ନାହିଁ । ଯଦି କୌଣସି ଅଜଣା ଫୋନ ଆପଣଙ୍କ ପାଖକୁ ଆସୁଛି, ତେବେ ତାକୁ ଆଭଏଡ୍ କରନ୍ତୁ । କୌଣସି ସମସ୍ୟା ଦେଖାଦେଲେ ନିକଟସ୍ଥ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।

– ଅନେକ ସମୟରେ ଠକମାନେ ଫୋନ କରି ଲୋଭନୀୟ ଅଫର ଦେଇଥାନ୍ତି । ଯେପରିକି ବିଦେଶରୁ ଫଣ୍ଡ ଆସିଛି, ପୁରସ୍କାର ଜିତିବା ନେଇ ଇ-ମେଲ, ଆପର କେୱାଇସି ଇତ୍ୟାଦି । ଏହି ପରି ସମସ୍ତ ଫ୍ରଡ୍ କଲଠାରୁ ଦୂରେଇ ରୁହନ୍ତୁ ।

– ସର୍ବଦା ପେମେଣ୍ଟ ପାଇଁ ବ୍ୟାଙ୍କ ଆପିଲିକେସନ୍ ବ୍ୟବହାର କରିବା ଉଚିତ । ଅଜଣା ମେସେଜକୁ କ୍ଲିକ କିମ୍ବା ରିପ୍ଲାଏ କରନ୍ତୁ ନାହିଁ । ଯଦି କୌଣସି କାରଣରୁ ଆକାଉଣ୍ଟରୁ ଟଙ୍କା କଟିବା ନେଇ ସନ୍ଦେହ ହୁଏ, ସଙ୍ଗେ ସଙ୍ଗେ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ଏଟିଏମ ସହ ଅନ୍ୟ ସେବାକୁ ମଧ୍ୟ ବ୍ଲକ କରିଦିଅନ୍ତୁ ।

– ପେମେଣ୍ଟ ସମ୍ପର୍କିତ କୌଣସି ସୂଚନା ପାଇଁ ଗୁଗୁଲରୁ ସର୍ଚ୍ଚ କରି ହାସଲ କରିଥିବା ନମ୍ବରରେ କଦାପି କଲ କରନ୍ତୁ ନାହିଁ । ଅନଲାଇନ ପେମେଣ୍ଟ ଅଧିକାଂଶ ସମୟରେ କରୁଥିଲେ ସେ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବା ସହ ସତର୍କ ରୁହନ୍ତୁ ।

Get real time updates directly on you device, subscribe now.