fbpx

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ, ୨୩ା୨: ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ତୈଳ ଦର ଲଗାତାର ୧୨ ଦିନ ବୃଦ୍ଧି ପାଇବା ପରେ ୨ ଦିନ ଅପରିବର୍ତ୍ତିତ ରହିଥିଲା । ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି ।

ଭୁବନେଶ୍ୱରରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୪୩ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୬୪ ଟଙ୍କା ଓ ଡିଜେଲ ଲିଟର ୮୮.୬୬ ଟଙ୍କା ରହିଛି । ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ୧୫ ଦିନ ମଧ୍ୟରେ ତୈଳ ଦର ୩ ଟଙ୍କା ୯୮ ପଇସା ବଢ଼ିଛି ।

Get real time updates directly on you device, subscribe now.