fbpx

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଜମ୍ମୁକାଶ୍ମୀର ,୨୪ ।୨: ଜମ୍ମୁକାଶ୍ମୀର ଅନନ୍ତନାଗ ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଯବାନଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିବା ଖବର ମିଳିଛି । ଏନକାଉଣ୍ଟରରେ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ ଜମ୍ମୁ-କାଶ୍ମୀରର ପୋଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ଅସ୍ଥାୟୀ ଭାବେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ବୋଲି ଜଣାପଡିଛି।

ସୂଚନା ଯୋଗ୍ୟ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ଖବର ମିଳିବା ପରେ ପୁଲିସ, ସେନା ଓ ସିଆରପିଏଫ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ନିଜକୁ ଘେରାଉ ଅବସ୍ଥାରେ ଦେଖି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୪ ଆତଙ୍କବାଦୀ ନିହତ ହୋଇଥିଲେ।

Get real time updates directly on you device, subscribe now.