fbpx

ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ଏଥର ବୟସ୍କଙ୍କ ପାଳି

ନୂଆଦିଲ୍ଲୀ,୨୪ ।୨: କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଘୋଷଣା ମୁତାବକ, ସମଗ୍ର ଦେଶରେ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ । ୪୫ ବର୍ଷରୁ ଅଧିକ ସେହି ବୟସ୍କ ଲୋକଙ୍କ ପାଇଁ ମଧ୍ୟ ଟିକାକରଣ ଆରମ୍ଭ ହେବ, ଯେଉଁମାନେ ଗୁରୁତର ଅସୁସ୍ଥ ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ୬୭ ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ୧୪ ଲକ୍ଷରୁ ଅଧିକ ଲୋକଙ୍କୁ କରୋନାର ଦ୍ୱିତୀୟ ଡୋଜ୍ ଦିଆଯାଇଛି ।’

ଏହା ସହ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ‘ଯେଉଁମାନେ ଘରୋଇ ଡାକ୍ତରଖାନାରେ କରୋନା ଟିକା ପାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ଟଙ୍କା ଦେବାକୁ ପଡିବ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଟିକା ମୂଳ୍ୟ ସ୍ଥିର କରିବେ । ମନ୍ତ୍ରଣାଳୟ ବର୍ତ୍ତମାନ କରୋନା ଟିକା ନିର୍ମାତା ଓ ଡାକ୍ତରଖାନା ସହ ଆଲୋଚନା କରୁଛି ।’

Get real time updates directly on you device, subscribe now.