fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୨୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୭ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୨୮ ହଜାର ୧୦୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧କୁ ବୃଦ୍ଧି ପାଇଛି । ମୋଟ ୮ କୋଟି ୯୫ ଲକ୍ଷ ୨୨ ହଜାର ୬୭୫ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି ୧୯ ଲକ୍ଷ ୧୦ ହଜାର ୭୭୫ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୧ ହଜାର ୫୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୨ ହଜାର ୮୭୫ ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.