fbpx

୧୦ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ୧୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର, ୨ା୩ (ଓଡିଶା ଭାସ୍କର): ୩ ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ୧୦ ବରିଷ୍ଠ ଅଧିକାରୀ । ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ ।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ, ରାୟଗଡ଼ା- ନିକୁଞ୍ଜ ଧଳ, ନବରଙ୍ଗପୁର- ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ- ମଧୁସୂଦନ ପାଢ଼ି, ବଲାଙ୍ଗିର-ସୁରେନ୍ଦ୍ର କୁମାର, ଗଜପତି- ଭାସ୍କରଜ୍ୟୋତି ଶର୍ମା, କଳାହାଣ୍ଡି- ସତ୍ୟବ୍ରତ ସାହୁ,  ମାଲକାନଗିରି- ଏନ.ବି. ଜାୱେଲ, ଢେଙ୍କାନାଳ- ରଞ୍ଜନା ଚୋପ୍ରା, କୋରାପୁଟ- ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.