fbpx

କୋଭାକ୍ସିନ ୮୧% ଫଳପ୍ରଦ

ନୂଆଦିଲ୍ଲୀ,୩ ।୩: କରୋନା ଭାଇରସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ସାମ୍ନାକୁ ଆସିଛି । କରୋନା ମୁକାବିଲା କ୍ଷେତ୍ରରେ କୋଭାକ୍ସିନ ଟିକା ୮୧ ପ୍ରତିଶତ ଫଳପ୍ରଦ ହୋଇଛି । କୋଭାକ୍ସିନ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତୃତୀୟ ପର୍ଯ୍ୟାୟରେ ୨୫,୮୦୦ ଜଣଙ୍କ ଠାରେ କୋଭାକ୍ସିନ ଟିକା ପରୀକ୍ଷଣ ହୋଇଥିଲା । ୩ୟ ପର୍ଯ୍ୟାୟରେ ୮୧% ଫଳପ୍ରଦ ହୋଇଥିବା ଭାରତ ବାୟୋଟେକ୍ କହିଛି । ତେବେ ଆଇସିଏମଆର ସହ ମିଶି ଏହି ଟେଷ୍ଟ କରିଥିଲା ଭାରତ ବାୟୋଟେକ୍ । ୟୁକେରେ ଦେଖା ଦେଇଥିବା ଷ୍ଟ୍ରେନ ବିରୋଧରେ ମଧ୍ୟ ଏହା ପ୍ରଭାବଶାଳୀ ରହିଛି ।

Get real time updates directly on you device, subscribe now.