fbpx

ବିଜେପିର ମହିଳା ସମାବେଶ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପୁରନ୍ଦେଶ୍ୱରୀ

ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ମହିଳା ଦିବସ ଅବସରରେ ଆଜି ବିଜେପି ପକ୍ଷରୁ କଟକ ଜିଲ୍ଲାର ମାହାଙ୍ଗାଠାରେ ମହିଳା ସମାବେଶର ଆୟୋଜନ କରାଯାଇଥିଲା । ସମାବେଶରେ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ । ସମାବେଶରେ ଯୋଗଦେଇ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ ।

ପୁରନ୍ଦେଶ୍ୱରୀ କହିଥିଲେ ଯେ, ବିଜେଡି ଜନହିତର ସରକାର ନୁହେଁ, ପୋଷ୍ଟର ମାରିବା ସରକାର । ବିଜେଡି ଯଦି ମହିଳାଙ୍କୁ ସମ୍ମାନ ଦେଉଛି, ତେବେ ୪ ଜଣ କିପରି ବିଧବା ହେଲେ ବୋଲି ସେ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର ସର୍ବଦା ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି । କେନ୍ଦ୍ର ଭାଗିଦାରୀରେ ଓଡ଼ିଶାରେ ୭୪ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ରାଜ୍ୟର ୨୦ ଗରିବଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ଓଡ଼ିଶାର ମହିଳା ଆଗାମୀ ନିର୍ବାଚନରେ ବିଜେପିକୁ ଭୋଟ ଦେବାର ବିଶ୍ୱାସ ରହିଛି ବୋଲି ପୁରନ୍ଦେଶ୍ୱରୀ କହିଥିଲେ ।

Get real time updates directly on you device, subscribe now.