fbpx

କୋଲକାତାରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୯ା୩: କୋଲକାତାର ନୂଆ କୋଇଲାଘାଟ ରେଳ କାର୍ଯ୍ୟାୟରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଅଗ୍ନିଶମ କର୍ମଚାରୀ ଓ ୨ ଆରପିଏଫ ଯବାନ ରହିଛନ୍ତି । ଜଣେ ପୋଲିସ ଏଏସଆଇ ଓ ଅନ୍ୟ ୨ ଜଣ ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । କାର୍ଯ୍ୟାୟରେ ୧୩ତମ ମହଲାରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।

ତେବେ ମୃତକଙ୍କ ପରିବାରକୁ ଗଭୀର ସମବେଦନନା ଜଣାଇଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ । ମୃତ ଓ ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯିବ । ଅଗ୍ନିକାଣ୍ଡର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ରେଳ ବିଭାଗର ୪ ପ୍ରମୁଖ ଉଚ୍ଚ ଅଧିକାରୀ ଏହି ତଦନ୍ତର ନେତୃତ୍ୱ ନେବେ ବୋଲି ରେଳମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.