fbpx

ଜଙ୍ଗଲ ନିଆଁ ପାଇଁ ହାଇକୋର୍ଟରେ ମାମଲା

କଟକ,୯ ।୩(ଓଡିଶା ଭାସ୍କର): ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ହେଲିକାପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜଙ୍ଗଲ ଜଳିବା ଯୋଗୁଁ ଜଳବାୟୁ ପ୍ରଭାବିତ ହେବା ଆଶଙ୍କା ରହିଛି । ଜଙ୍ଗଲ ଜଳିବା ଯୋଗୁଁ ବନ୍ୟଜନ୍ତୁଙ୍କ ପାଇଁ ବିପଦ ରହିଛି । ରାଜ୍ୟ ଜଙ୍ଗଲ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିଆଁ ଲିଭାଇବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଆବେଦନ କରାଯାଇଛି ।

Get real time updates directly on you device, subscribe now.