fbpx

ପତ୍ନୀଙ୍କୁ ବିଛଣାରେ ସନ୍ତୁଷ୍ଟ କରିବେ କିପରି? ଆଜି ହିଁ ଜାଣିରଖନ୍ତୁ ଏହିସବୁ ତରିକା

ଶାରୀରିକ ସମ୍ପର୍କ ବୈବାହିକ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସାମାନ୍ୟ ଭୁଲ ଏକ ହସଖୁସିର ବୈବାହିକ ଜୀବନକୁ ନଷ୍ଟ କରିଦେଇଥାଏ । ଶାରୀରିକ ସମ୍ପର୍କରେ ଅସନ୍ତୁଷ୍ଟ ହୋଇ ଅନେକଙ୍କର ବ୍ରେକଅପ୍ ହେଉଥିବା ଦେଖାଯାଉଛି । ଏକ ହାପି ସେକ୍ସ ଲାଇଫ ପାଇଁ ପତି, ପତ୍ନୀ ପରସ୍ପକୁ ସମୟ ଦେବା ଦରକାର, ପରସ୍ପରକୁ ବୁଝିବା ନିହାତି ଦରକାର । ବିଶେଷ କରି ପୁରୁଷମାନେ ନିଜର ପତ୍ନୀଙ୍କ ଭାବନାକୁ ବୁଝି ଆଗେଇବା ଦରକାର । ଏପରି ଅନେକ ତରିକା ଆପଣମାନେ ଆପଣାଇ ଏକ ହସଖୁସିର ମ୍ୟାରେଡ୍ ଲାଇଫ୍ ପାଇପାରିବେ ।

– ସର୍ବପ୍ରଥମେ ପାର୍ଟନରଙ୍କୁ ଭଲପାଇବାକୁ ଚେଷ୍ଟା କରନ୍ତୁ । ପାର୍ଟନରଙ୍କ ଇଚ୍ଛାକୁ ସମ୍ମାନ ଦେବା ସହ ତାଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । କୌଣସି ଅଶ୍ଲୀଳ କଥା କହିବା ପୂର୍ବରୁ ତାଙ୍କର ଅନୁମତି ନେବା ଉଚିତ୍ । ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିନଥାଏ । ଉଭୟ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଆଲୋନା କରିବା ଭଲ ।

– ବିଛଣାକୁ ଯିବା ପୂର୍ବରୁ ନିଜ ମନରେ ସକାରାତ୍ମକ ଭାବନା ରଖନ୍ତୁ । ଆକ୍ରୋଶ, ଦୁର୍ବ୍ୟବହାର ଆଦି ଠାରୁ ଦୂରେଇ ରୁହନ୍ତୁ । ପାର୍ଟନରଙ୍କର ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ନାରୀକୁ ପ୍ରେମ ଓ ଯତ୍ନ ନିହାତି ଆବଶ୍ୟକ, ଏହା ପ୍ରଥମେ ଜାଣିରଖନ୍ତୁ । ନିଜର ବେଶ ପୋଷାକ ପ୍ରତି ଧ୍ୟାନ ଦିଅନ୍ତୁ ।

– ଫୋର ପ୍ଲେ ବୈବାହିକ ଜୀବନରେ ଏକ ଯାଦୁ ପରି କାମ କରିଥାଏ । ଆପଣ ଏଥିପାଇଁ ଜଲଦବାଜୀ ନହୋଇ ପାର୍ଟନରଙ୍କ ସହମତି କ୍ରମେ ଆଗେଇବା ଦରକାର । ପ୍ରତ୍ୟେକ ମହିଳାଙ୍କର ଏକ ଇରୋଜେନସ୍ ପାର୍ଟ ରହିଥାଏ, ତାହାକୁ ପୁରୁଷମାନେ ଜାଣିବା ନିହାତି ଦରକାର । ଏଥିପାଇଁ ଆପଣ ପାର୍ଟନରଙ୍କ ସହିତ ଆଲୋଚନା କରି ପଚାରି ବୁଝିପାରିବେ ।

– ଶଯ୍ୟାରେ ପାର୍ଟନରଙ୍କୁ ସନ୍ତୁଷ୍ଟ କରିବାର ସର୍ବୋତ୍ତମ ଉପାୟ ହେଉଛି କିସ୍ କରିବା । ରୋମାନ୍ସ ପାଇଁ କିସ୍ ହେଉଛି ଏକ ଶକ୍ତିଶାଳୀ ଅସ୍ତ୍ର । ଏହା ସମ୍ବେଦନଶୀଳତାକୁ ତୀବ୍ର କରିଥାଏ । ପାର୍ଟନରଙ୍କ ପ୍ରତି ଭଲ ପାଇବା ଆପଣ ଚୁମ୍ବନ ମାଧ୍ୟମରେ ପରିପ୍ରକାଶ କରିପାରିବେ ।

 

Get real time updates directly on you device, subscribe now.