fbpx

ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ: ଉଦ୍ଧାର ହେଲେ ୩୫ ଯାତ୍ରୀ

ନୂଆଦିଲ୍ଲୀ, ୧୩ା୩: ଦିଲ୍ଲୀ-ଡେରାଡୁନ୍ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କରୁଥିବା ସମୟରେ ଟ୍ରେନର ସି-୫ ବଗିରେ ନିଆଁ ଲାଗିଯାଇଥିଲା । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସର୍ଟସର୍କିଟ୍ ଦ୍ୱାରା ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ସି-୫ ବଗିରେ ନିଆଁ ଲାଗିବା ଦ୍ୱାରା ବଗିଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା । ଲୋକେ ପାଇଲଟ୍ ଆପାତକାଳୀନ ବ୍ରେକ୍ ଦେଇ ଟ୍ରେନକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଏହାଫଳରେ ନିଆଁ ଲାଗିଥିବା ବଗିଠାରୁ ଅନ୍ୟ ବଗିଗୁଡ଼ିକୁ ଅଲଗା ରଖାଯାଇ ପାରିଥିଲା । ତେବେ ତଦନ୍ତ ପରେ ଅଗ୍ନିକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଜଣାପଡ଼ିବ ।

Get real time updates directly on you device, subscribe now.