fbpx

ଫେବ୍ରୁଆରି ୧୪ରେ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ଫେବ୍ରୁଆରି ୧୪ରେ ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବ୍ରୁଆରୀ ୧୮ରେ ଉପସ୍ଥାପିତ ହେବ ବଜେଟ୍ । ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ । ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।

ତେବେ ପ୍ରଥମ ପର୍ଯ୍ୟାୟ ୧୪ରୁ ଆରମ୍ଭ ହୋଇ ୨୯ ଫେବ୍ରୁଆରି ଯାଏଁ ଚାଳିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୧୧ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ ୯ରେ ସରିବ । ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଗଣେଶି ଲାଲ ନିଜର ଅଭିଭାଷଣ ରଖିବେ ।

Get real time updates directly on you device, subscribe now.