fbpx

ରବିବାର ଛଡା ଆଉ ସବୁଦିନ ଟିକାକରଣ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ରବିବାର ଓ ଛୁଟିଦିନ ବ୍ୟତୀତ ଆଉ ସବୁଦିନ ଟିକାକରଣ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ଏବେ ରାଜ୍ୟରେ ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ଟାର୍ଗେଟ ପାଖାପାଖି ପହଞ୍ଚିଛି । ୯୧% ସ୍ୱାସ୍ଥ୍ୟକର୍ମୀ ଓ ୮୦% ସମ୍ମୁଖ ଯୋଦ୍ଧା ଟିକା ନେଇସାରିଛନ୍ତି ।’

Get real time updates directly on you device, subscribe now.