fbpx

ଛାତ୍ର ଦେଲେ ଗୁରୁଦକ୍ଷିଣା: ବଦଳିଲା ଶିକ୍ଷକଙ୍କ ଭାଗ୍ୟ

ୱାଶିଂଟନ, ୧୫ା୩: ଆଜି ବି ପ୍ରକୃତ ଶିଷ୍ୟ ସମାଜରେ ରହିଛନ୍ତି । ଏକଥା ପ୍ରମାଣିତ କରିଛନ୍ତି ୱାଶିଂଟନରେ ରହୁଥିବା ଛାତ୍ର ଷ୍ଟିବନ । ଷ୍ଟିବନଙ୍କ ଗୁରୁଦଣିକ୍ଷା ପାଇଁ ନିଜର ସାର ଜୋସଙ୍କର ଭାଗ୍ୟ ବଦଳି ଯାଇଛି । କାଲିଫଣ୍ଣିଆରେ ଶିକ୍ଷକତା କରୁଥିବା ଜୋସ୍ ଭିଲାରୁଏଲ ନିଜର ଆର୍ଥିକ ଅନାଟନ କାରଣରୁ ୧୯୯୭ ମସିହାରୁ ନିଜର ଏକ କାରରେ ରହିଆସୁଥିଲେ । କରୋନା ସମୟରେ ସ୍କୁଲ ବନ୍ଦ ହୋଇଯିବା କାରଣରୁ ଜୋସଙ୍କର ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ନିଜର ରୋଜଗାରର ଅଧିକାଂଶ ଅର୍ଥକୁ ଜୋସ୍ ମେକ୍ସିକୋରେ ରହୁଥିବା ନିଜ ପରିବାରକୁ ପଠାଇଥାନ୍ତି ।

ଷ୍ଟିବନ ନିଜ ସାରଙ୍କର ଏଭଳି ପରିସ୍ଥିତି ବିଷୟରେ ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେ ଜୋସଙ୍କ ଲାଗି ଏକ ଫଣ୍ଡ ରେଜିଂ ଆକାଉଣ୍ଟ ଖୋଲିଥିଲେ । ଫଳରେ ଅନେକ ଲୋକ ଜୋସଙ୍କୁ ଭେଟି ତାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଥିଲେ । ଜୋସଙ୍କର ୭୭ତମ ଜନ୍ମଦିନରେ ଷ୍ଟିବନ ତାଙ୍କୁ ୨୭ ହଜାର ଡଲାରର ଏକ ସରପ୍ରାଇଜ୍ ଗିଫ୍ଟ ପ୍ରଦାନ କରିଥିଲେ । ଷ୍ଟିବନଙ୍କ ଏହି ଗୁରୁଦକ୍ଷିଣା ଜୋସଙ୍କର ଭାଗ୍ୟ ବଦଳାଇ ଦେଇଛି ।

Get real time updates directly on you device, subscribe now.