fbpx

ରାଶିଫଳ (ବୁଧବାର ,୧୭ ମାର୍ଚ୍ଚ,୨୦୨୧)

ମେଷ : କୌଣସି ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ଅର୍ଥଚିନ୍ତା ଦୂର ହେବ । ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦୀପ ଦିଅନ୍ତୁ ଶୁଭଫଳ ମିଳିବ । ନିଜ ଖାଇବା ଖାଦ୍ୟରୁ କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ୱ ବୃଦ୍ଧି ହେବ ।

ବୃଷ : ଶୁଭଦିନ ରହିବ ତେଣୁ ଟଙ୍କାପଇସାକୁ ନେଇ ଚିନ୍ତା କମିବ । ଲୋକସମ୍ପର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ । ସୁଖଶାନ୍ତିରେ ସମୟ କଟିବ, ମାତ୍ର ଅଯଥା ଖର୍ଚ୍ଚ ବଢିବ, ତେଣୁ ମନ ବିଚଳିତ ରହିବ ।

ମିଥୁନ : ଚାକିରି ହେଉ କିମ୍ବା ବ୍ୟବସାୟ କିଛି ବାଧାବିଘ୍ନ ରହିବ । ପରିବାରରେ ଭୁଲବୁଝାବଣା ରହିବ । ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ ।

କର୍କଟ : ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ । କୌଣସି ପ୍ରକାର କର୍ମ ସମ୍ବନ୍ଧୀୟ ଶୁଭ ଖବର ମିଳିବ । ଆୟ ମନମୁତାବକ ହେବ । କିଛି ଯୋଜନାରେ ସଫଳ ହେବେ, ଚେଷ୍ଟା ଜାରି ରଖନ୍ତୁ । ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ସୃଷ୍ଟି ହେବ ।

ସିଂହ : ଅତୀତର ଯୋଜନାରେ ସଫଳ ହେବେ । ପାରିବାରିକ ପରିବେଶ ଭଲ ରହିବ । ପରିଶ୍ରମ ମୁତାବକ ଫଳ ମିଳିବ । କିନ୍ତୁ ମନ ବିଚଳିତ ରହିବ । କୌଣସି ପ୍ରକାରର ଆଶା ପୂରଣ ହେବ ।

କନ୍ୟା : କର୍ମ ଏବଂ ଅର୍ଥ ଚିନ୍ତା ଦୂରହେବ । କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ । ଜାଗାବାଡି ଏବଂ ନୂତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ସୃଷ୍ଟି ହେବ । ମନ ଏବଂ ସ୍ୱାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର ପାଠ ପ୍ରତି ଆଗ୍ରହ କମ୍ ରହିବ ।

ତୁଳା : କୌଣସି ଚିନ୍ତା ମନକୁ ଦୁର୍ବଳ କରିଦେବ । ଆମିଷ ଖାଇବେ ନାହିଁ ଏବଂ ଲକ୍ଷ୍ମୀଙ୍କର ସ୍ତୁତି ପଢନ୍ତୁ କିମ୍ବା ଶୁଣନ୍ତୁ । ଆଜି ସମୟ ସାଥ ଦେବ ନାହିଁ ତେଣୁ ନିଜର ପ୍ରିୟ ଭଗବାନଙ୍କୁ ଦର୍ଶନକରି ଅଦାଖଣ୍ଡେ ପାଟିରେ ରଖି ଦିନ କାଟନ୍ତୁ ।

ବିଛା : ଆଜି ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ । ପୁରୁଣା ରୋଗରୁ ଆଶ୍ୱସ୍ତି ମିଳିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ । ଆତ୍ମବଳ ଅଧିକ ରହିବ ।

ଧନୁ : ଆଜି ଶୁଭ ଦିନ ରହିଛି, ମନର ଆଶା ପୂରଣ ହେବ । ଚେଷ୍ଟା କରୁଥିବା କାମରେ ସଫଳ ହେବେ । ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ । କୌଣସି ପ୍ରକାରର ଆଶା ପୂରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ ।

ମକର : କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ । ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ, ଫଳରେ ମନ ଅଶାନ୍ତ ରହି ସଠିକ୍ ନିଷ୍ପତ୍ତି ନେଇ ନପାରି ମନ ଦୁଃଖ ହେବ । ଅନୁକୁଳ ସମୟ ରହିବ, ମନର ଆଶା ପୂରଣ ହେବ ।

କୁମ୍ଭ : ମନର ଆଶା ପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । ବାଧାବିଘ୍ନ ରହିବ । ପିଲାମାନଙ୍କ ପାଠପଢା ଏବଂ କର୍ମନିଯୁକ୍ତିକୁ ନେଇ ଚିନ୍ତିତ ରହିବେ । ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।

ମୀନ : ପାରିବାରିକ ଏବଂ କାଯ୍ୟସ୍ଥଳ ପରିବେଶରେ ମନ ଆନନ୍ଦ ରହିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି କ୍ଷେତ୍ରରୁ ସହାୟତା ମିଳିବ । ପରିବାରରେ ଦାୟିତ୍ୱ ବୃଦ୍ଧି ହେବ ।

Get real time updates directly on you device, subscribe now.