fbpx

ରାଜ୍ୟର ଏହି ସହରକୁ ପୁଣି ଫେରିଲା କରୋନା, ପ୍ରଶାସନ ପକ୍ଷରୁ ଲାଗିଲା କଟକଣା

ବ୍ରହ୍ମପୁର, ୧୭ା୩ (ଓଡିଶା ଭାସ୍କର): ରାଜ୍ୟର ବ୍ରହ୍ମପୁର ସହରକୁ ପୁଣି କରୋନା ଫେରିଛି । ବ୍ରହ୍ମପୁର ଟାଟାପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟ ବାହାରୁ ଆସିବା ପରେ ଅଧିକାରୀମାନେମାନେ ପଜିଟିଭି ଆକ୍ରାନ୍ତ ହୋଇଛନ୍ତି ।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ବାହାରୁ ଆସିଲେ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି । ଆସନ୍ତା ରବିବାର ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି । ତେବେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ବି କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.