fbpx

ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଆଉ ଏକ ନିଷ୍ପତ୍ତି: ଶିକ୍ଷାବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ

ଭୁବନେଶ୍ୱର, ୧୭ା୩ (ଓଡିଶା ଭାସ୍କର): କିଛିଦିନ ପୂର୍ବରୁ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍ ଘୋଷଣା କରିଥିଲେ । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଆଉ ଏକ ଘୋଷଣାନାମା ଆସିଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ ହେବ । ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ୍ ଆରମ୍ଭ ହେବାର ଜଣାପଡ଼ିଛି । ତେବେ ପ୍ରଥମ ୨/୩ ମାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍ ହେବେ ବୋଲି କୁହାଯାଇଥିଲା । ଆସନ୍ତା ଏପ୍ରିଲ ମାସରେ ଶିକ୍ଷାବର୍ଷ ଆରମ୍ଭ ନହୋଇ ଆସନ୍ତା ଜୁନ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ସ୍ଥିତି ଯାହା, ସ୍କୁଲ ଖୋଲିବା ଏକପ୍ରକାର ଅସମ୍ଭବ । ତେଣୁ ଚଳିତ ବର୍ଷ କ୍ଲାସ ହୋଇନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ।

Get real time updates directly on you device, subscribe now.