ହାତ, ଗୋଡ଼ ତା’ର ଅଚଳ, ତଥାପି ପାଟିରେ କଲମ ଧରି ଲେଖିପାରୁଛି, ୧୫ ବର୍ଷୀୟ ଏହି ଅଦ୍ଭୂତ ବାଳକ

ଦଶମ ଶ୍ରେଣୀରେ ପାଠ ପଢ଼ୁଛି ପଶ୍ଚିମବଙ୍ଗର ବାସିନ୍ଦା ତୁହିନ । ନା ସେ ହାତ ହଲାଇ ପାରୁଛି ନା ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁଛି । ସେରୀବ୍ରଲ ପ୍ଲାସି ରୋଗରେ ସେ ଆକ୍ରାନ୍ତ । ତଥାପି ତୁହିନ ହାର ମାନିନାହିଁ । ଆଇଆଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ସକାଶେ ସେ ଚାଲିଆସିଛି କୋଟା । ମନରେ ରହିଛି ତାର ଅସୁମାରୀ ଆଶା । ତୁହିନ ବିଶ୍ୱବିଖ୍ୟାତ ବୈଜ୍ଞାନି ଷ୍ଟିଫେନ ହକିନ୍ସଙ୍କ ପରି ନିଜକୁ ଗଢ଼ି ତୋଳିବାକୁ ଚାହେଁ । ଭବିଷ୍ୟରେ ସେ ଏଷ୍ଟ୍ରୋ ଫିଜିକ୍ସ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛି ।

ତୁହିନ ପଶ୍ଚିମବଙ୍ଗର ମିଦନାପୁରରେ ନିଜ ବାପା, ମାଆଙ୍କ ସହ ରୁହେ । ସେ ଆଇଆଇଟି ଖଡ଼ଗପୁର କ୍ୟାମ୍ପସ ସ୍ଥିତ ସେଣ୍ଟ୍ରାଲ ସ୍କୁଲରୁ ନବମ ପାସ କରିଛି । ଏନଟିଏସଇରେ ସେ ସ୍କଲାପସିପ୍ ହାସଲ କରିଥିଲା । ଅନ୍ୟ ପିଲାଙ୍କ ଠାରୁ ସେ ବହୁତ ଭଲ ପ୍ରେଗ୍ରାମିଂ କରିପାରୁଛି । ଶାରୀରିକ ବିକଳାଙ୍ଗ ହୋଇଥିଲେ ବି କ୍ଲାସରେ ତୁହିନ ସର୍ବଦା ଟପ୍ପର ରହିଆସିଛି । ତୁହିନର ଏହି ପ୍ରତିଭା ଯୋଗୁଁ ତାକୁ ଦୁଇଥର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୁରସ୍କାର ପ୍ରଦାନ କରିଛନ୍ତି । ତା’ର ବାପା, ମାଆ ସେବାଯତ୍ନରେ କିଛି ବି ଅବହେଳା କରିନାହାନ୍ତି । ତୁହିନ ଶରୀରର ହାଡ଼କୁ ସିଧା କରିବା ପାଇଁ ପ୍ଲେଟ୍ ଲଗାଯାଇଛି । ଆଜି ପର୍ଯ୍ୟନ୍ତ ତୁହିନ ଶରୀରରେ ୨୦ ଥର ଅପରେସନ କରାଗଲାଣି । ତୁହିନ ପିତାମାତାଙ୍କର ଏକମାତ୍ର ସନ୍ତାନ ହୋଇଥିବା ବେଳେ ତାକୁ ସ୍କୁଲରେ ଛାଡ଼ିବାକୁ ଦୈନିକ ୫୦ କିଲୋମିଟର ଯାତ୍ରା କରିବାକୁ ପଡ଼ିଥାଏ । ତୁହିନର ଭବିଷ୍ୟତ ପାଇଁ ମାତାପିତା କୋଟାରେ ରହି ତାକୁ ପାଠପଢ଼ାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.