fbpx

ନେତାଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ । ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ବଳିଦାନକୁ ଆଜି ବି ମନେ ପକାଉଛି ସାରା ଦେଶ । ଓଡିଶାର ବୀର ସନ୍ତାନ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମ ପାଇଁ ନେତାଜୀ ସର୍ବଦା ସ୍ମରଣୀୟ ହୋଇ ରହିବେ । ଦେଶର ସ୍ୱାଧୀନତା ସହ ସାଧାରଣ ଆଦିବାସୀ ଜନତାଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂଗ୍ରାମ ସର୍ବଦା ଆମକୁ ପ୍ରେରଣା ଯୋଗାଇବ।’

ସେହିପରୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ଜୟନ୍ତୀ ହୋଇଥିବା ବେଳେ ତାଙ୍କଚୁ ଟ୍ୱିଟ୍ ଜରିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ନେତାଜୀଙ୍କ ୧୨୩ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.