fbpx

ବଢୁଛି କରୋନା ସଂକ୍ରମଣ : ୬୮,୦୨୦ ଆକ୍ରାନ୍ତ ବେଳେ ୨୯୧ ମୃତ

ନୂଆଦିଲ୍ଲୀ, ୨୯। ୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩କୁ ବୃଦ୍ଧି ପାଇଛି । ଦିନକରେ ୬୮ ହଜାର ୦୨୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟାରେ ୩୨ ହଜାର ୨୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩୯ ହଜାର ୬୪୪କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୮୦୮ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩ରେ ପହଞ୍ଚିଛି । ୬ କୋଟି ୫ ଲକ୍ଷ ୩୦ ହଜାର ୪୩୫ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.