fbpx

ରାଜଧାନୀରେ ହେବ ଦୈନିକ ୧୦ ହଜାର ଟିକାକରଣ, ଏନେଇ କଣ କହିଲେ ବିଏମସି କମିଶନର

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏଥିସକାଶେ ୨୪ଟି ସରକାରୀ ଓ ୩୧ଟି ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଦୈନିକ ୬ ହଜାର ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ତେବେ ଲକ୍ଷ୍ୟଠାରୁ ଅଧିକ ଅନ୍ୟୁନ ୧୦ ହଜାର ଟିକାଦାନ ପାଇଁ ପ୍ରସ୍ତୁତି ଚାଲିଥିବା ବିଏମସି କମିଶନର କହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଏକ ହଜାର ଟିକାଦାନ ଲକ୍ଷ୍ୟ ରଖାଯାଇଛି । ରବିବାର ଛୁଟିଦିନରେ ମଧ୍ୟ ଟିକାକରଣ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳ, ସିଡିଏମଓ, ମହାନଗର ନିଗମ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.