fbpx

ଏଣିକି ଅନଲାଇନରେ ହେବ କ୍ଲାସ୍, ବନ୍ଦ ରହିବ ସ୍କୁଲ- ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨ ।୪: ସାରା ଦେଶରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଦିଲ୍ଲୀରେ ୧ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବାର ନୂଆ ଶିକ୍ଷଣୀୟ ଅଧିବେଶନ ଉପରେ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ସ୍କୁଲଗୁଡିକୁ ଏବେ ଅଫଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ ଅନୁମତି ଦିଆଯିବ ନାହିଁ । ନୋଟିସ ଅନୁସାରେ, ୨୦୨୦-୨୧ ଅଧିବେଶନର ୯ରୁ ୧୨ ଶ୍ରେଣୀର ଛାତ୍ରମାନଙ୍କୁ ଜରୁରୀ କ୍ଲାସ ପାଇଁ ବା ପ୍ରାଟିକାଲ୍ ବା ବୋର୍ଡ ପରୀକ୍ଷା ପାଇଁ ବିଦ୍ୟାଳୟ ଡକାଯିବ । ଅନ୍ୟ ସମସ୍ତ କଲେଜ କେବଳ କେବଳ ଅନଲାଇନ ମୋଡରେ ପରିଚାଳିତ ହେବ । ଏପ୍ରିଲ ୧ରୁ ଅନଲାଇନ କ୍ଲାସ୍ ଆରମ୍ଭ ହେବ ।

ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬କୁ ବୃଦ୍ଧି ପାଇଛି । ଦିନକରେ ୮୧ ହଜାର ୪୬୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୪ ହଜାର ୬୯୬ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୩୯ରେ ପହଞ୍ଚିଛି । ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.