fbpx

୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ନୁଆ ମାମଲା ଚିହ୍ନଟ, ୬୮୪ ମୃତ

ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର): ଦେଶରେ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୩୧୫ ନୁଆ ମାମଲା ସାମନାକୁ ଆସିଛି । ଏଥିସହିତ ୬୮୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ପୁର୍ବ ଦିନ ମାନଙ୍କ ଠାରୁ ଆଜି ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେପେଟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ଆଦି ରାଜ୍ୟରେ କରୋନା ସ୍ଥିତି ଅଣାୟତ ଅବସ୍ଥାରେ ରହିଛି । ତେଣୁ ଏହି ସବୁ ରାଜ୍ୟରେ କରୋନା କଟକଣାକୁ ବଢ଼ାଇ ଦିଆଯାଇଛି ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୬୮୪ ରୋଗୀଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୮୬୨ରେ ପହଞ୍ଚିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୧ ହଜାର ୭୮୫ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୮ ଲକ୍ଷ ୫୧ ହଜାର ୩୯୩ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୮ ଲକ୍ଷ ୪୩ ହଜାର ୪୭୩ । ଗତକାଲି ଦେଶରେ ୬୩୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିଲା ।

 

Get real time updates directly on you device, subscribe now.