fbpx

ହଷ୍ଟେଲ ବନ୍ଦ ନେଇ ବାଣୀବିହାର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) :  ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଛାତ୍ରଛାତୀଙ୍କ ବିକ୍ଷୋଭ । ମୁଖ୍ୟ ଫାଟକରେ ତାଲା ପକାଇ ଏନ୍ଏଚ୍ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । କରୋନା ଆଳ ନେଇ ଶିକ୍ଷାଅନୁଷ୍ଠାନ ବନ୍ଦ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରୀକ୍ଷା ଥିବା ସମୟରେ କରୋନା ଯୋଗୁ ପିଲାଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ କୁହାଯାଉଛି । ଏହାକୁ ପ୍ରତିବାଦ କରି ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ସାମ୍ମନାରେ ଧାରଣାରେ ଦେଇଛନ୍ତି । ୧୨ ତାରିଖ ସୁଦ୍ଧା ୪ର୍ଥ ସେମିଷ୍ଟାର ଏବଂ ୧୬ ତାରଖ ସୁଦ୍ଧା ପ୍ରଥମ ସେମିଷ୍ଟାର ପିଲାଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଛି । ବିଏମସି ନିର୍ଦ୍ଦେଶରେ ହଷ୍ଟେଲ ବନ୍ଦ ରଖିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.