fbpx

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ୨ ଡ଼ାକ୍ତର କରୋନା ପଜିଟିଭ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) :  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ୨ଜଣ ଡ଼ାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କ୍ୟାପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡ଼ାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହି ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଟେଷ୍ଟିଂ କରାଯାଇ ଥିବାବେଳେ ସେମାନଙ୍କର ରିପୋର୍ଟ ନେଜେଟିଭ ଆସିଛି । ତଥାପି ଆଉ ଥରେ ସେମାନଙ୍କର RTPCR ଟେଷ୍ଟ କରାଯିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ସୂଚନା ଅନୁସାରେ କରୋନା ଦ୍ୱିତୀୟ ଲହର ଆସିବା ପରେ ରାଜ୍ୟରେ କରୋନା ସଂଖ୍ୟା ବଢିବାରେ ଲାଗଛିି । ଏଥି ମଧ୍ୟରେ ଭୁବନେଶ୍ୱରର ସ୍ଥିତି ଖରାପ ଆଡ଼କୁ ଗତି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛନ୍ତି । କେବଳ ୨୨୪ ଜଣ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ବେଳେ ୧୯୨ ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.