fbpx

ଭିଜିଲାନ୍ସ ଜାଲରେ କୋଟିପତି କିରାଣି ; ୩ କୋଟିରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର ୧୦ା୪ (ଓଡିଶା ଭାସ୍କର) : କୋଟିପତି କିରାଣି ଗିରଫ । ଭୁବନେଶ୍ୱର ସିସିଏଫ୍ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଏନେଇ ଆଜି ଦିଲୀପ ଜେନାଙ୍କୁ ଗିରଫ କରାଯାଇଛି । ଦିଲୀପଙ୍କ ନିକଟରୁ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । କେବଳ ୧ କୋଟି ୫୬ ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । ଖଣ୍ଡଗିରି ଜାଗମରାରେ ୧ କୋଟି ୮ ଲକ୍ଷର ୪ ମହଲା କୋଠା ଠାବ କରାଯାଇଛି । ସେହିଭଳି ଗାଡ଼ି,ଟଙ୍କା ଏବଂ ଅଳଙ୍କାର ମିଶାଇ ୨ କୋଟିରୁ ଅଧିକ ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି । ଏଥିସହ ଅନ୍ୟ କେଉଁଠି ଆୟବହିର୍ଭୂତ ସମ୍ପତ୍ତି ରହିଛି ସେ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହଛି ।

Get real time updates directly on you device, subscribe now.