fbpx

ଭୂମିକମ୍ପର ତୀବ୍ରତା ଅଧିକ ଯୋଗୁ ଲୋକେ ଭୟଭୀତ!

ଇଣ୍ଡୋନେସିଆ ୧୦ା୪ (ଓଡିଶା ଭାସ୍କର) :  ଇଣ୍ଡୋନେସିଆରେ ଜାଭା ଦ୍ୱୀପପୁଞ୍ଜରେ ଅନୁଭୂତ ହୋଇଛି ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୬.୦ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଇଛି । ମଳିଥିବା ଖବର ଅନୁସାରେ ପୂର୍ବ ଜାଭାର ମଲଙ୍ଗ ସହରରୁ ୪୫ କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳି ରହିଛି । ଭୂପୃଷ୍ଠରୁ ପ୍ରାୟ ୮୨ କିମି ଗଭୀରତାରେ ସୃଷ୍ଟି ହୋଇଥିଲା ଏହି ଭୂମିକମ୍ପ । ଭୂମକମ୍ପ ଅନୁଭୂତ ହେବା ପରେ ଲୋକମାନେ ଖୋଲା ରାସ୍ତାରେ ଅନେକ ସମୟ ଧରି ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଭୂମିକମ୍ପର ତୀବ୍ର ଏତେ ଅଧିକ ଥିଲା ଯେ ସବୁ କିଛି ଭୁଶୁଡ଼ି ପଡ଼ିବ ବୋଲି ମନେହେଉ ଥିବା ଜଣେ ସ୍ଥାନୀୟ ବାସୀନ୍ଦା କହିଛନ୍ତି । ଅନ୍ୟପଟେ ଭୂମିକମ୍ପର ତୀବ୍ର ଅଧିକ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସୁନାମୀ ଆଲର୍ଟ କରାଯାଇ ନାହିଁ ।

Get real time updates directly on you device, subscribe now.