fbpx

ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ରାଜ୍ୟରେ ଲାଗିଲା ଲକଡାଉନ୍, ୧୪ ଏପ୍ରିଲରୁ ୭ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ

ରାୟପୁର,୧୧ ।୪: କରୋନା ମାମଲା ଧିରେ ଧିରେ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଛତିଶଗଡରେ ଲକଡାଉନ୍ ଲାଗୁ ହୋଇଛି । ପରିସ୍ଥିତି ବିଗିଡିବାରୁ ୩ ଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବିଳାସପୁର, ସୁରଗୁଜା ଏବଂ ସୁରଜପୁର ଜିଲ୍ଲାରେ ଲକଡାଉନ୍ ଲାଗୁ ହୋଇଛି । ବିଳାସପୁରରେ ଏପ୍ରିଲ ୧୪ ରୁ ଲକଡାଉନ୍ ଲାଗିବ । ଅନ୍ୟପଟେ ସୁରଜପୁର ଏବଂ ସୁରଗୁଜାରେ ଏପ୍ରିଲ ୧୩ ରୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଆଦେଶ ମୁତାବକ, ଏହି ଅବସରରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । କିନ୍ତୁ ଲୋକଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ ।

ତେବେ ଛତିଶଗଡରେ ଲଗାତାର ଭାବେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ୪ଟି ଜିଲ୍ଲାରେ ସରକାର ଲକଡାଉନ୍ ଲାଗୁ କରିସାରିଛନ୍ତି । ରାୟପୁର ସମେତ ରାଜ୍ୟର ୪ ଟି ଜିଲ୍ଲାରେ ଲକଡାଉନ୍ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଆଜି ଆଉ ୩ ଟି ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ସରକାରଙ୍କ ଆଦେଶ ଅନୁସାରେ, ଆସନ୍ତା ୧୪ ଏପ୍ରିଲରୁ ରାଜ୍ୟର ୭ ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ ।

ଛତିଶଗଡରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ଅଧିକ ବିପଜ୍ଜନକ ପ୍ରମାଣିତ ହେଉଛି । ରାଜ୍ୟରେ ପ୍ରତ୍ୟେକ ଦିନ କରୋନା ମାମଲା ବଢୁଥିବା ନଜର ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୬୫୪ ଜଣଙ୍କର ମୃତ୍ୟୁ ହୋଇସାରିଛିି । ଏହା ସହ ରାଜ୍ୟରେ ୬୮,୧୨୫ ରୁ ଅଧିକ ସକ୍ରିୟ ରୋଗୀ ଅଛନ୍ତି ।

Get real time updates directly on you device, subscribe now.