fbpx

ଘୂର୍ଣ୍ଣିଝଡ ଓ ବଜ୍ରପାତ ନେଇ ଏସଆରସିଙ୍କ ସତର୍କତା

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ସର୍ତକତା କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ସର୍ତକ କରାଇଛନ୍ତି । ସନ୍ଧ୍ୟା ସାଢେ ୬ଟା ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟର ୧୨ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି ହୋଇଛି ।

ଏହା ସହ ରାଜ୍ୟର ୧୬ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ଟି ଜିଲ୍ଲା ଯଥା- କନ୍ଧମାଳ, ନୟାଗଡ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ,ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡ-ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ୧୧ ତାରିଖଠାରୁ ୧୨ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୩ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି । ସେହି ୧୩ଟି ଜିଲ୍ଲାରେ- କନ୍ଧମାଳ,ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୁରଭଞ୍ଜ ସାମିଲ ରହିଛି ।

ଏହା ସହ ୧୩ ତାରିଖ ସକାଳ ୮ଟା ୩୦ ସୁଦ୍ଧା ୯ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବୌଦ୍ଧ, ଗଞ୍ଜାମ, ଗଜପତି,କୋରାପୁଟ, ରାୟଗଡା, ନୟାଗଡ, କଟକ, କେନ୍ଦୁଝର, ମୟୁରଭଞ୍ଜରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.