fbpx

ଆହାର କେନ୍ଦ୍ରର ସଫଳତା ପଛରେ ମିଶନଶକ୍ତି ମହିଳା ଗୋଷ୍ଠୀ

ଭୁବନେଶ୍ୱର, ୧୧ା୪(ଓଡିଶା ଭାସ୍କର) : ଆହାର କେନ୍ଦ୍ରର ସଫଳତା ପଛର ରହସ୍ୟ ହେଉଛନ୍ତି ମିଶନଶକ୍ତି ମହିଳା ଗୋଷ୍ଠୀ । ମହିଳାମାନଙ୍କ କଠିନ ପରିଶ୍ରମ ପାଇଁ ଗୋଟିଏ ପରେ ଗୋଟିଏ ସଫଳତାର ସ୍ୱାଦ ଚାଖୁଛି ଆହାର କେନ୍ଦ୍ର । ତେବେ ସହରାଞ୍ଚଳର ସୁଚାରୁ ରୁପେ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କ୍ଷେତ୍ରରେ ସାମିଲ କରିଥିଲେ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସହରଞ୍ଚଳରେ ଥିବା ୧୬୬ଟି ଆହାର କେନ୍ଦ୍ରର ପରିଚାଳନା ରେ ମିଶନ ଶକ୍ତିର ୧୫୭ ଗୋଷ୍ଠୀରୁ ୨୦୦୦ରୁ ଅଧିକ ସମସ୍ୟା ନିୟୋଜିତ ହୋଇଛନ୍ତି । ୨୦୨୦ ନଭେମ୍ବର ମାସରୁ ଏହି ମହିଳାମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି । ୧୫୭ଟି ମିଶନ ଶକ୍ତି ଗୋଷ୍ଠିକୁ ଆହାର କେନ୍ଦ୍ରଗୁଡିକରେ ସେବା ଯୋଗାଇବା ଓ ତଦାରଖ ବାବଦରେ ଏକ କୋଟି ୧୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

ସୁଚନାଯୋଗ୍ୟ ଯେ, ସହରାଚଂଳରେ ଥିବା ଆହାର କେନ୍ଦ୍ରଗୁଡିକରେ ଅଭାବୀ ଓ ଅସହାୟ ଲୋକଙ୍କୁ ମାତ୍ର ୫ଟଙ୍କା ଦରରେ ପେଟପୂରା ଗରମ ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି କେନ୍ଦ୍ରରେ ମହିଳାଗୋଷ୍ଠିଙ୍କୁ ନିୟୋଜିତ କରାଯିବା ଫଳରେ ଖାଦ୍ୟ ବିତରଣ ଠାରୁ ଆରମ୍ଭକରି ଶାନ୍ତିଶୃଙ୍ଖଳା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଆଦି ଠିକଣା ଭାବେ ପରିଚାଳନା କରାଯାଇ ପାରୁଛି । ବିଶେଷକରି କୋଭିଡ-୧୯ ମହାମାରୀ ସମୟରେ ମହିଳାଙ୍କ ସଫଳ ପରିଚାଳନା ଯୋଗୁଁ ଆହାରକେନ୍ଦ୍ର ଗୁଡିକ ଖୋଲା ରହିବା ସହିତ ନିୟମିତ ଭାବେ ଅସହାୟମାନଙ୍କୁ ଖାଦ୍ୟ ଯୋଗାଇବାରେ ସଫଳ ହୋଇଛି ।

ବର୍ତମାନ ସୁଦ୍ଧା ୩ଟି ମିଶନଶକ୍ତି ଗୋଷ୍ଠିକୁ ବାଲେଶ୍ୱରର ମା’ ଦୁର୍ଗା, ନବରଙ୍ଗପୁରର ଶ୍ରୀ ସାଈ ଏବଂ ରାୟଗଡାର ସଂସ୍କୃତ ମିଶନ ଶକ୍ତି ଗୋଷ୍ଠିଙ୍କୁ ସହରାଚଂଳର ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଏହାର ସଫଳ ପରିଚାଳନା ପାଇଁ ମୋଟ ଖର୍ଚ୍ଚ ହେଉଥିବା ଅର୍ଥର ୧୦ ପ୍ରତିଶତ ମିଶନ ଶକ୍ତି ଗୋଷ୍ଠିକୁ ମିଳୁଛି ।

Get real time updates directly on you device, subscribe now.