fbpx

7040mAh ବ୍ୟାଟେରୀ ଏବଂ 64 GB ଷ୍ଟୋରେଜ ସହ ଲଞ୍ଚ ହେଲା Samsung Galaxy Tab A7

Samsung ଭାରତୀୟ ବଜାରରେ ଏହାର ନୂତନ ଟ୍ୟାବଲେଟ ଲଞ୍ଚ କରିଛି ଯାହାର ନାଁ ରହିଛି Samsung Galaxy Tab A7 ଏଥିରେ 10.4 inch ର TFT Display ଏବଂ 7040mAh ର ବ୍ୟାଟେରୀ ରହିଛି । ଏଥିରେ 64 GB ର Internal ଷ୍ଟୋରେଜ ରହିଛି । ବର୍ତ୍ତମାନ ସୁଦ୍ଧା ଏହାର ମୂଲ୍ୟ କଂପାନୀ ତରଫରୁ ସ୍ପଷ୍ଟ କରାଯାଇନାହିଁ ।

Samsung Galaxy Tab A7 କୁ ଭାରତରେ 32 GB ଷ୍ଟୋରେଜ ସହ ଲଞ୍ଚ କରାଯାଇଥିଲା । ଯାହା ଏକ ୱାଇ ଫାଇ ଭ୍ୟାରିଏଣ୍ଟ ଥିଲା । ଏବେ ନୂଆ ଟ୍ୟାବଲେଟ 64 GB ଷ୍ଟୋରେଜ ସହ ଲଞ୍ଚ କରାଯାଇଛି । ଏହାର ପ୍ରଥମ ବିକ୍ରି ୧୯ ଏପ୍ରିଲ ରେ ଆରମ୍ଭ ହେବ । ତାହା ପୂର୍ବରୁ ଏହାର ମୂଲ୍ୟ ବିଷୟରେ କଂପାନୀ ସୂଚନା ଦେଇପାରେ ।

କ’ଣ ରହିଛି ଫିଚର୍ସ:

Samsung Galaxy Tab A7 ରେ 10.4 inch TFT LCD ପ୍ୟାନେଲ ଦିଆଯାଇଛି । ଏହା Qualcomm Snapdragon 662 ଚିପସେଟ ଦ୍ୱାରା ପରିଚାଳିତ, ଏଥିରେ 3 GB Ram ରହିଛି । ଟାଇପ ସି ୟୁଏସବି ପୋର୍ଟ, ଏବଂ 3.5mm ଜ୍ୟାକ ରହିଛି । ମେମୋରୀ କାର୍ଡ ବ୍ୟବହାରର ମଧ୍ୟ ସୁବିଧା ରହିଛି । 7040mAh ର ବ୍ୟାଟେରୀ ରହିଛି ।

Samsung Galaxy Tab A7 ରେ ଏଥିରେ 8 MP ପ୍ରାଇମେରୀ କ୍ୟାମେରା ରହିଛି । ଏହା ସହ 5 MP ଫ୍ରଣ୍ଟ କ୍ୟାମେରା ରହିଛି ।

Samsung Galaxy Tab A7 ରେ 7040 mAh ବ୍ୟାଟେରୀ ରହିଛି । ଏହା ସହ 15W ଫାଷ୍ଟ ଚାର୍ଜିଂର ସୁବିଧା ମଧ୍ୟ ରହିଛି । ଏହା Android 10 ଏବଂ UI 2.5 ଦ୍ୱାରା ପରିଚାଳିତ ।

Get real time updates directly on you device, subscribe now.