fbpx

ଯୁବକଙ୍କ ଉପରେ ଏସିଡ଼୍‍ ମାଡ଼ କଲେ ଯୁବତୀ

ଉନ୍ନାଓ,୨୮ ।୧: ଏକ ତରଫା ପ୍ରେମକୁ ନେଇ ବହୁ ରୋମିଓ ଯୁବତୀଙ୍କ ଉପରେ ଏସିଡ ପକାଉଥିବା ଘଟଣା ତା ସାମ୍ନାକୁ ଆସୁଛି । କିନ୍ତୁ ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ତରଫା ପ୍ରେମକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିବା ଅଭିଯୋଗ ହୋଇଛି ।

ତେବେ ମୌରାୱାଁ ଥାନା ଗୋହନାମଉ ଗାଁରେ ଏକ ମିଲ୍କ ଡେରୀରେ କାମ କରନ୍ତି ରୋହିତ । ଜଣେ ଯୁବତୀ ଗୋପାଳନ ସଂସ୍ଥାର ପରିଚାଳକ ରୋହିତଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିଲେ । ରୋହିତ ଗାଈ ରହୁଥିବା ସ୍ଥାନ ସଫା କରିବା ସମୟରେ ଯୁବତୀ ଜଣକ ରୋହିତଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିଲେ । ଏହି ଘଟଣା ପରେ ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀ, ତାଙ୍କ ବାପା ଓ ମା’ଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏକ ତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.