fbpx

ଏହି ରାଜ୍ୟରେ ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୧୮ା୪: ହରିୟାଣାରେ ଲଗାତର ଦୁଇଦିନ ଧରି ସୁନା ରେଟ୍ ହ୍ରାସ ପାଇଛି । ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୪୫,୩୮୦ ଟଙ୍କା ରହିଛି । ୧୪ ଏପ୍ରିଲରେ ସୁନାର ମୂଲ୍ୟ ୪୫,୪୨୦ ରହିଥିଲା । ସେହିପରି ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୭,୫୯୦ ଟଙ୍କା ରହିଛି । ୧୪ ଏପ୍ରିଲରେ ୨୪ କ୍ୟାରେଟ ସୁନା ୪୭,୭୦୦ ଟଙ୍କା ରହିଥିଲା । ସେହିପରି ଫରିଦାବାଦରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୫,୩୨୦ ରହିଛି । ଚଣ୍ଡିଗଡ଼ରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୪୫,୯୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୦,୧୩୦ ଟଙ୍କା ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.