fbpx

ହାଇଦର୍ ଫେରାର୍ ହୋଇଥିବା କାର୍ ଜବତ କଲା କମିସନରେଟ୍ ପୋଲିସ୍

କଟକ, ୧୮ା୪ (ଓଡିଶା ଭାସ୍କର) : ହାଇଦର୍ ଫେରାର୍ ହୋଇଥିବା କାର୍ ଜବତ ହୋଇଛି । ହାଇଦର୍ ଏହି କାରକୁ ବ୍ୟବହାର କରି କଟକ ଏସସିବିରୁ ତେଲେଙ୍ଗାନା ଫେରାର୍ ହୋଇଯାଇଥିଲା । ହେଲେ ଆଜି ତେଲେଙ୍ଗାନାରୁ ଜବତ କରି କମିସନରେଟ୍ ପୋଲିସ୍ କଟକ ମଙ୍ଗଳାବାଗ ଥାନାକୁ ଆଣିଛି । ଏହି କାର୍ ଟି ତେଲେଙ୍ଗାନା ପୋଲିସ୍ ହେପାଜତରେ ଥିବା ବେଳେ ଆଜି ଏହାକୁ ଅଣାଯାଇଛି । ବର୍ତ୍ତମାନ ଏହି କାର୍ ଲିଙ୍କ୍ କୁ ନେଇ ସିଏମସି ପୋଲିସ୍ ଅଧିକ ତଦନ୍ତ କରିପାରେ ବୋଲି ସୁଚନା ମିଳିଛି । ଏଥିସହିତ କାର୍ ର ମାଲିକାନା ତ୍ରିଲୋଚନ ନାମକ ଜଣେ ବ୍ୟକ୍ତି ପାଖରେ ଥିବା ଜଣାପଡିଛି ଏବଂ ସେ ଖୋର୍ଦ୍ଧା ଜିଲ୍ଲାରେ ରହୁଥିବା ଖବରରୁ ପ୍ରକାଶ ପାଇଛି ।


ବର୍ତ୍ତମାନ ପୋଲିସ୍ ଏହା ଉପରେ ଅଧିକ ତଦନ୍ତ ଚଳାଇଛି । କାରଣ ତଦନ୍ତରୁ ହିଁ ଜଣାପଡିବ ଯେ, କାର୍ ଟିକୁ ଚଲାଇ କିଏ ହାଇଦର୍ କୁ ତେଲେଙ୍ଗାନାରେ ପହଞ୍ଚାଇଥିଲା ଏବଂ ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି । ସବୁ ଦିଗକୁ କେନ୍ଦ୍ର କରି ପୋଲିସ୍ ତଦନ୍ତ ଚଳାଇଛି । ସୁଚନା ଯେ, ପୋଲିସ୍ ହାଇଦର୍ ଫେରାର୍ ମାମଲାରେ ଗତକାଲି ୩ ଜଣଙ୍କୁ ଗିରଫ କରିଥିଲା । ସେଥିରେ ଜଣେ ଅଳ୍ପ ବୟସର ଯୁବତୀ ଥିବା ମଧ୍ୟ ଜଣାପଡିଥିଲା । ଅପରପକ୍ଷରେ ଫେରାର୍ ଦିନ ହାଇଦର୍ କାର୍ ରେ କିଛି ବାଟ ଯିବା ପରେ ବାଇକ୍ ମଧ୍ୟ ବ୍ୟବହାର କରିଥିଲା । ପୋଲିସ୍ ବର୍ତ୍ତମାନ ଉକ୍ତ ବାଇକ୍ କୁ ଖୋଜୁଛି ।

Get real time updates directly on you device, subscribe now.