fbpx

ଶ୍ରୀମନ୍ଦିର ସହ ଜଡିତ ୫୦ ଲୋକ କରୋନା ସଂକ୍ରମିତ

ପୁରୀ, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା କାୟା ମେଲାଇଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଏଭଳି ପରିସ୍ଥିତିରେ ଆଜି ପୁରୀ ଶ୍ରୀମନ୍ଦିରରୁ ୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୁଚନା ଦେଇଛନ୍ତି । ଏହା ଭିତରେ ୨୨ ଜଣ ସେବାୟତ ଏବଂ ତାଙ୍କ ପରିବାର ମଧ୍ୟ ପିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ୧୯ ଜୋତା ଷ୍ଟାଣ୍ଡ କର୍ମଚାରୀ ଏବଂ ଶ୍ରୀମନ୍ଦିର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ କୁମ୍ଭ ମେଳାରୁ ୧୭ ଜଣ ସେବାୟତ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ବାକି ୧୫ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.