fbpx

ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା , ଏସସିବିରେ ଖୋଲିବ ଆଉ ଦୁଇଟି ଟିକାକରଣ କେନ୍ଦ୍ର

କଟକ ,୨୦ ।୪ (ଓଡିଶା ଭାସ୍କର): କଟକରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଟିକାକରଣ କୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ କଟକ ଏସସିବିରେ ଆଉ ଦୁଇଟି ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା କରାଯାଉଛି । ବର୍ତ୍ତମାନ ସେଠାରେ ୨୦୦୦ ଟିକାକରଣ ହେଉଥିବା ବେଳେ ଆଗକୁ ଏହାର ମାତ୍ରା ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି । ଆଗକୁ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଟିକା ନେଲେ ଟିକାକରଣ ଆହୁରି ବଢ଼ିବ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେପଟେ କଟକକୁ ଫେରୁଥିବା କୁମ୍ଭମେଳା ଯାତ୍ରୀ ମାନେ ପ୍ରଶାସନର ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି । କାରଣ ଆଜି ଗୋଟିଏ ଦିନରେ ୧୩ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ବି ସେଠାରେ ଲୋକମାନେ ନିୟମ ମାନୁ ନାହାନ୍ତି । ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ।

ସୁଚନାଯୋଗ୍ୟ, ଆସନ୍ତା ୨୪ ତାରିଖରୁ ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେବ । ପ୍ରତି ଶନିବାର ଏବଂ ରବିବାର ରାଜ୍ୟର ସବୁ ଜିଲ୍ଲାରେ ସଟଡାଉନ୍ ଲାଗି ରହିବ । ଏନେଇ ଗତ କାଲି ଏସଆରସି ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.