fbpx

ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଶାଳୀଙ୍କୁ ଦୁଷ୍କର୍ମ: ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଗିରଫ ହେଲେ ଭିଣୋଇ

ଜୟପୁର, ୨୦ା୪: ରାଜସ୍ଥାନରେ ଜଣେ ଯୁବକଙ୍କର କଳାକାରନାମା ସାମନାକୁ ଆସିଛି । ଜଣେ ଯୁବକ ନିଜ ଶାଳୀଙ୍କୁ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ ଭାଇରାଲ କରିଛନ୍ତି । ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣକ ତାଙ୍କର ଭିଣୋଇଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଥିଲେ । ପୋଲିସ ପୀଡ଼ିତାଙ୍କ ବୟାନକୁ ଆଧାର କରି ଉକ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବିଏ ତୃତୀୟ ବର୍ଷରେ ପଢ଼ୁଥିବା ୨୧ ବର୍ଷୀୟା ଯୁବତୀଙ୍କର ଆସନ୍ତା ୨୭ ତାରିଖରେ ବିବାହ ସ୍ଥିର ହୋଇଥିଲା । ଯୁବକ ଜଣଙ୍କ ତାଙ୍କର ଶାଳୀଙ୍କୁ ମିଛ ବାହାନା ଦେଖାଇ ନିଜ ଘରକୁ ନେଇଯାଇଥିଲେ । ସେଠାରେ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ଯୁବତୀଙ୍କୁ ତିନି ଧରି ଦୁଷ୍କର୍ମ କରିଥିଲେ । ପରେ ଯୁବତୀଙ୍କ ବିବାହ ଦିନ ଧାର୍ଯ୍ୟ ହୋଇଥିବା ଯୁବକ ଜାଣିପାରିଥିଲେ । ତେଣୁ ଯୁବତୀଙ୍କ ବିବାହକୁ ରୋକିବା ପାଇଁ ଯୁବକ ଜଣକ ପୂର୍ବରୁ ରେକର୍ଡ କରିଥିବା ଅଶ୍ଲୀଳ ଭିଡିଓ ଭାଇରାଇ କରିଦେଇଥିଲେ । ତେବେ ପୋଲିସ ଭିଣୋଇଙ୍କୁ ଗିରଫ କରିବା ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.