fbpx

ପୁଣି ବନ୍ଦ ହେବ ରାଜଧାନୀର ସମସ୍ତ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,  ୨୦ ।୪ (ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହରରେ ସ୍ଥିତି ସଙ୍ଗୀନ । ଗତ ବର୍ଷ ପରି ମହାମାରୀ କରୋନାର ପ୍ରଭାବ ଧାର୍ମିକ ଅନୁଷ୍ଠାନ ଉପରେ ପୁଣି ପଡିଛି । ଧାର୍ମିକ ଅନୁଷ୍ଠାନ ଖୋଲିବାର କେଇ ମାସ ନଯାଉଣୁ ପୁଣି ଥରେ ବନ୍ଦ ହେବାକୁ ଯାଉଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ମଙ୍ଗଳବାର ବଡ ନିଷ୍ପତ୍ତି ନେଇଛି ।

କରୋନା ମହାମାରୀ ପାଇଁ ରାଜଧାନୀ ଭୁବନେଶ୍ୱରରେ କଟକଣା କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁଣି ଥରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ହେବାକୁ ଯାଉଛି । ଭକ୍ତ ମାନେ ଏଣିକି କୌଣସି ଧାର୍ମିକ ଅନୁଷ୍ଠାନକୁ ଯାଇପାରିବେ ନାହିଁ । ସେମାନଙ୍କ ପ୍ରବେଶ ଉପରେ ରୋକ ଲଗାଇଛି ବିଏମସି । ଏଣିକି ସମସ୍ତ ଧାର୍ମିକ ସ୍ଥଳରେ କେବଳ ମାତ୍ର ନୀତିକାନ୍ତି ହେବାକୁ ନେଇ ଅନୁମତି ଦିଆଯାଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୁଚନା ଦିଆଯାଇଛି । କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ସଂକ୍ରମିତ କରୁଥିବାରୁ ବିଏମସି ଏହି ବଡ ନିଷ୍ପତି ନେଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ କରୋନାର ପ୍ରଥମ ଲହର ଯୋଗୁଁ ରାଜ୍ୟରେ ପ୍ରାୟ ଛଅ ମାସ ଧରି ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିଲା । ସ୍ଥିିତିରେ ସୁଧାର ଆସିବା ପରେ ଗାଇଡଲାଇନ ସହ ଧିରେ ଧିରେ ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲା ଯାଇଥିଲା ।

Get real time updates directly on you device, subscribe now.