fbpx
BSKY
BJD MC SKY
BJD MS SKY

LG ଡୁଆଲ ଡିସପ୍ଲେ ସ୍ମାର୍ଟଫୋନରେ ମିଳୁଛି ୪୦,୦୦୦ର ଛାଡ

LG ଏହାର ଫୋନ ବିଜନେସ ବନ୍ଦ କରିବା ପାଇଁ ଯାଉଛି । ଏହି କାରଣରୁ କଂପାନୀ ଏହାର ସ୍ମାର୍ଟଫୋନର ଦାମ କମ କରିଛି । ଖବର ଅନୁଯାୟୀ କଂପାନୀ ଏହାର ଡିସପ୍ଲେ ଡୁଆଲ  ସ୍ମାର୍ଟଫୋନ LG Wing କୁ କାଫି କମ ଟଙ୍କାରେ ଉପଲବ୍ଧ କରିଛି । ଏହି ଫୋନରେ ୪୦,୦୦୦ର ଛାଡ ଦେଖିବାକୁ ମିଳିଛି ।

ଏହା ପୂର୍ବରୁ  କଂପାନୀ ଫ୍ଲିପକାର୍ଟରେ LG Wing କୁ ଅଫରରେ ମାଧ୍ୟମରେ କମ ଦାମରେ ବିକ୍ରି କରୁଥିଲା । ଏବେ ଏହାକୁ କଂପାନୀ ଓପନ ସେଲ ରେ ମଧ୍ୟ କମ ଦାମରେ ବିକ୍ରି କରୁଛି । କଂପାନୀ ଡୁଆଲ ଡିସପ୍ଲେ ଥିବା ଏହି ଫୋନକୁ ୬୯,୯୯୦ ଟଙ୍କାରେ ଲଞ୍ଚ କରିଥିଲା  । ଏବେ ଏହାକୁ କଂପାନୀ ୨୯,୯୯୯ରେ ବିକ୍ରି କରୁଛି ।

କଂପାନୀ ଫୋନ ବିଜନେସ ବନ୍ଦ କରୁଥିଲେ ବି LG Wing ରେ କଂପାନୀ ତିନି ବର୍ଷ ପର୍ଯ୍ୟନ୍ତ ସଫ୍ଟୱେୟାର ଅପଡେଟ ଦେବା ପାଇଁ କହିଛି ।  ଏହା ଛଡା କଂପାନୀ ଆଫ୍ଟର ସେଲ ସର୍ଭିସ ମଧ୍ୟ ଯୋଗାଇବ  ।

LG Wing ର ସ୍ପେସିଫିକେସନ:

LG Wing ର ସବୁଠାରୁ ବିଶେଷ ଫିଚର ହେଉଛି ଏହାର ଡୁଆଲ ଡିସପ୍ଳେ । ଯାହ ଦେଖିବାକୁ ବାକି ଫୋନଠାରୁ ଅଲଗା  । ଫୋନର ସ୍ପେସିଫିକେସନ କହିଲେ , ଏଥିରେ Qualcomm Snapdragon 765G ପ୍ରୋସେସର ରହିଛି LG Wing 8GB RAM ସହିତ 128GB ଷ୍ଟୋରେଜ  ରହିଛି ।

LG Wingରେ 6.8 inch ର HD+ pOLED  ଡିସ୍ପଲେ ଦିଆଯାଇଛି । ଫୋନରେ ଦ୍ୱିତୀୟ ଡିସପ୍ଳେ ୩.୯ ଇଞ୍ଚ ଅଛି ଯାହା ୯୦ ଡିଗ୍ରୀ ଆଙ୍ଗେଲ ରେ ବ୍ୟବହାର କରିହେବ । ମଲ୍ଟି ଟାସ୍କିଙ୍ଗ ପାଇଁ ଦ୍ୱିତୀୟ ସ୍କ୍ରିନର ବ୍ୟବହାର କରାଯାଇପାରିବ ।

LG Wing ରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି । 64 MP ପ୍ରାଇମେରୀ କ୍ୟାମେରା, 13 MPର ୱାଇଡ ଆଙ୍ଗେଲ ଲେନ୍ସ, 12 MP ର ଅଲଟ୍ରା ୱାଇଡ ଆଙ୍ଗେଲ ଲେନ୍ସ ରହିଛି । ସେଲ୍ଫି ପାଇଁ ଏଥିରେ 32 MP ଫ୍ରଣ୍ଟ କ୍ୟାମେରା ରହିଛି । ଫୋନରେ 4000mAh ବ୍ୟାଟେରୀ ଏବଂ 10W ୱାୟରଲେସ ଚାର୍ଜିଂ ସୁବିଧା ରହିଛି ।

Get real time updates directly on you device, subscribe now.