fbpx

ସତର୍କ ହେଲେ ଜନତା! ଏହି ସହରର ଜନସାଧାରଣ ନିଜେ ଲାଗୁ କଲେ ଲକଡାଉନ୍, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୨୦ା୪: ସମଗ୍ର ଦେଶରେ କରୋନା ସଂକ୍ରମଣ ଥମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସପ୍ତାହନ୍ତ ସଟଡାଉନ, ଲକଡାଉନ, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଛି । ଗୁଜୁରାଟରେ କରୋନାକୁ ନେଇ ଜନସାଧାରଣ ସତର୍କ ହୋଇଛନ୍ତି । ରାଜ୍ୟର ବଲସାଡ ସହରର ଲୋକମାନେ ନିଜେ ୧୦ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ସହରର ବ୍ୟବସାୟୀ ଓ ଦୋକାନୀମାନେ ମିଶି କଲେକ୍ଟରଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ବଲସାଡରେ ଗତକାଲି ୭୧ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୧୦୧ରେ ପହଞ୍ଚି ଯାଇଥିଲା । ଏଥିସହ ୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିବା ସହ ୪୧୬ ଜଣ ଚିକିତ୍ସାଧିନ ରହିଛନ୍ତି । ତେବେ ଏହି ନିୟମ ଲାଗୁ ହେବା ପରେ ମାର୍କେଟରେ ପ୍ରବଳ ଭିଡ଼ ଜମିଥିଲା । ଲୋକମାନେ ନିଜର ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ସମ୍ମୁଖରେ ରୁଣ୍ଡ ହୋଇଥିଲେ । ବସଲାଡ ସହରର ଲୋକଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.