fbpx

ଗର୍ଭବତୀ ଥାଇ ମଧ୍ୟ ଦେଶର କରୋନା ମୋର୍ଚ୍ଚା ସମ୍ଭାଳିଛନ୍ତି ଡିଏସପି ଶିଳ୍ପା ,କର୍ତ୍ତବ୍ୟ ଦେଖି ଲୋକେ କରୁଛନ୍ତି ପ୍ରଶଂସା

ଛତିଶଗଡ ୨୦ ।୪ (ଓଡିଶା ଭାସ୍କର) :  ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନା ନିୟମକୁ କଡାକଡି ପାଳନ କରିବା ପାଇଁ ଦେଶର ପୋଲିସ୍ ଅଧିକାରୀ ମାନଙ୍କୁ ଦାୟିତ୍ୱ  ଦେଇଛନ୍ତି ସରକାର । କରୋନା ନିୟମ ଲୋକମାନେ କିପରି ଠିକ୍ ଭାବେ ପାଳନ କରିବେ ସେ ନେଇ ଖରାରେ ଛିଡା ହୋଇ ଲୋକମାନଙ୍କୁ ବୁଝାଉ ଥିବା ଜଣେ ଡିଏସ୍ପିଙ୍କର ଭିଡିଓ ଭାଇରଲ ହୋଇଛି । ଏଥିପାଇଁ ନୁହଁ କି ସେ ଖରାରେ ଛିଡା ହୋଇ ନିଜର କର୍ତ୍ତବ୍ୟ କରୁଛନ୍ତି, ବରଂ ସେ ପ୍ରେଗ୍ନେଣ୍ଟ ଥିବା ପରେ ବି ଏତେ ଟାଣ ଖରାରେ ହାତରେ ଖଣ୍ଡେ ବାଡି ଧରି କରୋନାରେ ନିଜର  ଦାୟିତ୍ୱ ତୁଲାଉଛନ୍ତି । ଡିଏସପିଙ୍କ କାମକୁ ଦେଖି ଲୋକମାନେ ତାଙ୍କୁ ସେଲୁଟ୍ ମଧ୍ୟ କରୁଛନ୍ତି । ଭାଇରଲ୍ ହୋଇଥିବା ଭିଡିଓରେ ଡିଏସପି ଶିଳ୍ପା ସାହୁ ଛତିଶଗଡ ରାଜ୍ୟର ନକ୍ସଲ ପ୍ରଭାବତ ବ୍ଲକ୍ ଦଂନ୍ତେୱାଡା ଅଂଚଳରେ ନିଯୁକ୍ତ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହର ଏତେ ଭୟାନକ, ସେଥିରେ ବି ଡିଏସପି ପ୍ରେଗ୍ନେଣ୍ଟ୍ ଅସ୍ଥାରେ ତାକୁ ଖାତିର ନ କରି ଜନସାଧାରଣଙ୍କ ଲାଗି ତାଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି ।

Get real time updates directly on you device, subscribe now.