fbpx

କେନ୍ଦୁପତ୍ର ବ୍ୟବସାୟୀଙ୍କ ବିରୋଧରେ ତେଜିଲେ ଲାଲ ବାହିନୀ

ମାଲକାନଗିରି , 22/4: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ମୁଖ୍ୟ ରାସ୍ତାର ପାର୍ଶ୍ଵରେ ଲାଗିଛି ଲାଲ୍ ରଙ୍ଗର ମାଓ ବ୍ୟାନର । ବ୍ୟାନର ରେ ଘୋରୋଇ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାରଗେଟ୍ କରି ଲାଗିଛନ୍ତି ବ୍ୟାନର। ପୂର୍ବରୁ ଠିକାଦାର ଓ ପୋଲିସ ବହୀନିଙ୍କୁ ଟାରଗେଟ୍ କରି ଆସୁଥିଲେ ନକ୍ସଲପନ୍ଥି। କିନ୍ତୁ ଏଥର ନକ୍ସଲ ଙ୍କ ଟାର୍ଗେଟ ରେ କେନ୍ଦୁପତ୍ର ବ୍ୟବସାୟୀ ପୋଷ୍ଟର ରେ ୩ଦଫା ଦାବି ଉଲ୍ଲେଖ ରହିଛି ଯେ କେନ୍ଦୁପତ୍ର ତୋଳାଳି ଙ୍କୁ ଷଠିକ ଦାମ ଦିଆଯାଉ । ଯେତିକି ଟଙ୍କାରେ ପତ୍ର କିଣା ଯାଉଛି ତାର ୧୦୦ %ବନସ ତୁରନ୍ତ ଦିଆଯାଉ । କେନ୍ଦୁପତ୍ର ତୋଳାଳିଙ୍କ ପୁଆ ଝିଅ ର ପାଠ ପଢା ,ବାହାଘର ଓ ପରିବାର ସଦସ୍ୟ ମୃତ୍ୟୁବରଣ ପାଇଁ ଆର୍ଥିକ ସହାୟତା ଦିଆଯାଉ ବୋଲି ଊଲେଖ କାରାଯାଇଛି । ଏଥିରେ ଖିଲାପ ବା ଏହାକୁ ନମାନିଲେ ଖଇରପୁଟ ଦିପୋରେ ଯେଭଳି ନିଆଁ ଲଗାଯାଇଥିଲା ଓ ଏମ ଭି ୧୭ ଗ୍ରାମର ମୁନସିକୁ ଯେଉଭଳି ହତ୍ୟା କରାଯାଇଥିଲା । ସେହିଭଳି ରେଞ୍ଜର ଫରେଷ୍ଟର ମୁନସି ଘୋରଇ ମାଲିକ ଙ୍କୁ ପ୍ରଜାକୋର୍ଟ ରେ ଦଣ୍ତିତ କରାଯିବ ବୋଲି କୋରକୋଣ୍ଡା ଓ ଚିତ୍ରକୋଣ୍ତା ଡିଭିଜନ ସିପିଆଇ ମାଓବାଦି ଦ୍ଵାର ଏହି ପୋଷ୍ଟର ଉଲେଖ କରାଯାଉଛି । ବର୍ତମାନ ପୋଷ୍ଟର କୁ ନେଇ ସମ୍ପୂର୍ଣ୍ଣ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି

Get real time updates directly on you device, subscribe now.