fbpx

କୋଭିଡ୍ ମୁକାବିଲାରେ ଲାଗିବ ଆଲିଆ ଓ ଅକ୍ଷୟଙ୍କ ଭ୍ୟାନିଟି ଭ୍ୟାନ

ମୁମ୍ବାଇ ୨୨ ।୪ (ଓଡିଶା ଭାସ୍କର) : ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏନେଇ ସେଠାରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। କୋଭିଡ୍ ମୁକାବିଲାରେ ଲାଗିବ ଭ୍ୟାନିଟି ଭ୍ୟାନ୍ । କରୋନା ଯୋଗୁ ଫିଲ୍ମ ସୁଂଟି ବନ୍ଦ ଥିବାବେଳେ ସବୁ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍ ପ୍ରାୟ ଖାଲି ରହିଛି। ମହାରାଷ୍ଟ୍ର ପୁଲିସ ଏବେ କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ଅଭିନେତା ରଣବୀର ସିଂ, ଆଲିଆ ଭଟ୍ଟ ଓ ଅକ୍ଷୟ କୁମାରଙ୍କ ଭ୍ୟାନିଟି ଭ୍ୟାନ୍ ବ୍ୟବହାର କରିବ । ଏଥିସହ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ସେଟ୍ର ମଧ୍ୟ ବ୍ୟବାହାର କରାଯିବ ବୋଲି ଭ୍ୟାନିଟି ଭ୍ୟାନ୍ର ମାଲିକ କେତନ ରାୱଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କୋଭିଡ ସମୟରେ କାର୍ୟ୍ୟରତ ଥିବା ପୁଲିସ କର୍ମଚାରୀ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ଭ୍ୟାନିଟି ଭ୍ୟାନ୍ ବ୍ୟବହାର କରିପାରିବେ। କୋଭିଡ୍ ମୁକାବିଲା ପାଇଁ ଥାନେ ପୁଲିସ କମିଶନର ସହାୟତା ଲୋଡିଛନ୍ତି। ଏଭଳି ପରିସ୍ଥିତି ପୁଲିସ ସେବାକୁ ୧୦ଟି ଭ୍ୟାନିଟି ଭ୍ୟାନ୍ ଦିଆଯାଇଛି। ଏହି ଭ୍ୟାନ୍ ଗୁଡିକରେ ରଣବୀର ସିଂଙ୍କ ଫିଲ୍ମ ସର୍କସ୍, ଆଲିଆ ଭଟ୍ଟଙ୍କ ଗାଙ୍ଗୁବାଇ କାଠିଆୱାଡି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷାବନ୍ଧନର ଭ୍ୟାନ୍ ମଧ୍ୟ ରହିଛି । ଏହା ବ୍ୟତୀତ ମୁମ୍ବାଇ ପୁଲିସର ସେବାରେ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ଏବଂ ଫିଲ୍ମ ରକ୍ଷାବନ୍ଧନର ସେଟ୍ ମଧ୍ୟ ଦିଆଯାଇଛି ବୋଲି କେତନ ରାୱଲ କହିଛନ୍ତି।

Get real time updates directly on you device, subscribe now.