fbpx

ପଶ୍ଚିମବଙ୍ଗରେ ମାଡିଚାଲିଛି ଟ୍ରିପଲ ମ୍ୟୁଟାଣ୍ଟ, ଫେରନ୍ତାଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ ପଶ୍ଚିମବଙ୍ଗରେ ଦିନକରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏନେଇ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ କଡା ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗରୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯିବ । ହୋମ କ୍ୱାରେଣ୍ଟିନରେ ରହିବାକୁ ଅନୁମତି ଦିଆଯିବ ନାହିଁ । କରୋନା ନେଗେଟିଭ ଥିଲେ ହୋମ କ୍ୱାରେଣ୍ଟିନ ଅନୁମତି ମିଳିବ । ଏହା ସହ ୪୮ ଘଣ୍ଟା ପୂର୍ବରୁ ଆସିଥିବା ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡିବ ।

ଏହା ସହ ପଶ୍ଚିମବଙ୍ଗରେ କରୋନାର ଭୟଙ୍କର ରୂପ ଚିହ୍ନଟ ହୋଇଛି । କରୋନାର ଟ୍ରିପଲ ମ୍ୟୁଟାଣ୍ଟ ପଶ୍ଚିମବଙ୍ଗରେ ମାଡିଚାଲିଛି । ଏଥିପାଇଁ ପଶ୍ଚିମବଙ୍ଗରୁ ବିମାନ ଯୋଗେ ଆସିଲେ ବି ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ । କାଲିଠାରୁ ପଶ୍ଚିମବଙ୍ଗ ସୀମାର ସବୁ ରାସ୍ତାରେ ଚେକପୋଷ୍ଟ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.