fbpx

ସାମାନ୍ୟ କମିଛି ତାତି ! ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ତାତିର ପ୍ରଭାବ ସାମାନ୍ୟ କମିଛି । ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୧ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ସେହିପରି ସୁନ୍ଦରଗଡ଼ରେ ୪୦.୦, ତାଳଚେରରେ ୪୦.୧, ବୌଦ୍ଧରେ ୪୦.୫ ଓ ବଲାଙ୍ଗୀରରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟେ ଆଜି ଭୁବନେଶ୍ୱରରେ ତାପମାତ୍ରା ୩୪.୦ ଡିଗ୍ରୀ ରହିଥିବା ବେଳେ ଓ କଟକରେ ତାପମାତ୍ରା ୩୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଆସନ୍ତାକାଲି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାରଦ ତଳମୁହାଁ ରହିବା ସହ ଦିନର ତାପମାତ୍ରା ୨-୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Get real time updates directly on you device, subscribe now.