fbpx

Post Officeର ଏହି ଯୋଜନାରେ ଆଜି ହିଁ ନିବେଶ କରନ୍ତୁ , ୧୦ ବର୍ଷରେ ପାଇବେ Double

ନୂଆଦିଲ୍ଲୀ, ୨୩ା୪: ଆଜିକାଲି ଟଙ୍କା ରୋଜଗାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିବେଶ କରିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । କମ୍ ଅର୍ଥ ନିବେଶ କରି ଅଧିକ ପରିମାଣର ଅର୍ଥ ପାଇବାକୁ ସମସ୍ତେ ଚାହୁଁଛନ୍ତି । ଆପଣମାନଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି ପୋଷ୍ଟ ଅଫିସ । ପୋଷ୍ଟ ଅଫିସରେ ଆପଣ ସର୍ବନିମ୍ନ ୧୦୦ ଟଙ୍କାରେ ଏକ ଖାତା ଖୋଲପାରିବେ । ଜାତୀୟ ସଞ୍ଜୟ ପତ୍ର (ଏନଏସସି)ରେ ଆପଣ ୧୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ । ଏହି ଯୋଜନାରେ ୬.୮ ପ୍ରତିଶତ ସୁଧ ହାରରେ ପାଞ୍ଚ ବର୍ଷରେ ପୂରା ଅର୍ଥ ମିଳିଥାଏ ।

ସେହିପରି ପୋଷ୍ଟ ଅଫିସରେ ଆପଣମାନେ ‘କିଷାନ ବିକାଶ ପତ୍ର’ ଯୋଜନାରେ ନିବେଶ କରି ୬.୯% ପ୍ରତିଶ ସୁଧ ପାଇପାରିବେ । ଏହି ଯୋଜନାର ଅବଧି ୧୦ ବର୍ଷ ୪ ମାସ ଅଟେ । ଅବଧି ପରେ ଆପଣଙ୍କ ଅର୍ଥ ପାଖାପାଖି ଦୁଇଗୁଣା ହୋଇଯାଇଥାଏ । ଏହାଛଡ଼ା ଆପଣମାନେ ରିକରିଂ ଡିପୋଜିଟ (ଆରଡି) ପରି ଶସ୍ତା ଯୋଜନାରେ ମଧ୍ୟ ନିବେଶ କରି ବାର୍ଷିକ ୫.୮ ପ୍ରତିଶତ ସୁଧ ପାଇପାରିବେ । କରୋନା ମହାମାରୀ ସମୟରେ ଶେୟାର ବଜାରଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁ ପରିବର୍ତ୍ତନ ହେବାରେ ଲାଗିଛି । ତେଣୁ ସାଂପ୍ରତିକ ସ୍ଥିତିରେ ଜନସାଧାରଣ ଦୀର୍ଘ ଅବଧି ବିଶିଷ୍ଟ ଭରସାଯୋଗ୍ୟ ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି ।

Get real time updates directly on you device, subscribe now.