fbpx

ଅଭିନେତା ଅମିତ ମିସ୍ତ୍ରୀଙ୍କ ବିୟୋଗ: ‘Bandish Bandits’ ୱେବସିରିଜରେ କରିଥିଲେ ଚମତ୍କାର ଅଭିନୟ

ନୂଆ ଦିଲ୍ଲୀ, ୨୩/୦୪: ଟିଭି ତଥା ସିନେମା ଅଭିନେତା ଅମିତ ମିସ୍ତ୍ରୀ ଶୁକ୍ରବାର ଛାତିରେ ଯନ୍ତ୍ରଣା କାରଣରୁ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ତାଙ୍କର ଫ୍ୟାନ ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଅମିତ ମିସ୍ତ୍ରୀ ଅନେକ ଗୁଜୁରାଟୀ ନାଟକ, ଟିଭି ସୋ, ସିନେମା ମଧ୍ୟ କାମ କରିଥଲେ  । ସେ ‘Shor of the city’, ‘Shubh Mangal Saavdhan’, ‘Yamla Pagla Deewana’ ଭଳି ସିନେମାରେ ନଜର ଆସିଥିଲେ ।

ସେ ଅନେକ ଟିଭି ସୋ,  ‘Ssshhhh…Phir Koi Hai’, ‘Tantrik’, ‘Saat Phero Ki Hera Pheri’, ‘Woh’, ‘Yeh Duniya Hai Rangeen’, ‘Tenali Rama’ , ‘Maddam Sir’ ଭଳି ଅନେକ ଟିଭି ସୋ ଏବଂ ‘Bandish Bandits’ ଭଳି ୱେବସିରିଜରେ ରେ ନଜର ଆସିଥିଲେ ।

ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ଏକ ଟ୍ୱିଟ କାରି ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛି।

Get real time updates directly on you device, subscribe now.